28.1 C
Bhubaneswar
Wednesday, February 4, 2026
Homeଓଡିଶାଧୋକା ଦେଲା ଗୁଗୁଲ ମ୍ୟାପ: ଗାଁକୁ ମାଡିଗଲା ଟ୍ରକ

ଧୋକା ଦେଲା ଗୁଗୁଲ ମ୍ୟାପ: ଗାଁକୁ ମାଡିଗଲା ଟ୍ରକ

ଭଦ୍ରକ: ଧୋକା ଦେଲା ଗୁଗୁଲ ମ୍ୟାପ । ଗାଁକୁ ମାଡିଗଲା ଟ୍ରକ । ଦୁର୍ଘଟଣାରେ ଭାଙ୍ଗିଲା ଘର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ଆଜି ଭୋରରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା । ନୂଆ କରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉଥିଲେ । ମାତ୍ର ଭଦ୍ରକ- ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରେ ଟ୍ରକକୁ ପୂରାଇ ଦେଇଥିଲେ । ଅଣଓସରିଆ ଗାଁ ଭିତରେ ବଡ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା । ଏହା ଦେକି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking