ଭୁବନେଶ୍ୱର : ଉତ୍ତମ ମହାନ୍ତିଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ଓଡିଶାବାସୀଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବେ । ମହାପ୍ରଭୁଙ୍କ ପାଖରେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରୁଛି କହିଛନ୍ତି ମନମୋହନ । ଏନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିଛନ୍ତି ବୁଦ୍ଧିଜୀବି । ଶୋକ ପ୍ରକାଶ କରିଛନ୍ତି ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କଲେ ବିଜେପି ନେତୃବନ୍ଦ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ।










