19.1 C
Bhubaneswar
Tuesday, December 24, 2024
Homeଦେଶ ବିଦେଶମୋବାଇଲ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର

ମୋବାଇଲ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏବେ କଲ୍ ଓ ଏସଏମଏସ ପାଇଁ ମିଳିବ ଭାଉଚର । ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ମିଳିବ ଫାଇଦା । ଟାରିଫ ନିୟମରେ ସଂଶୋଧନ ଆଣିଲା ଟେଲିକମ ଟେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟିଆରଏଆଇ)। ଭଏସ କଲ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଟ୍ରାଇ ନିର୍ଦ୍ଦେଶ ଦେଇଛି । ଭଏସ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆସିଲେ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ଏହା ସହିତ ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ହୋଇଛି । ଅତିକମରେ ୧୦ ଟଙ୍କିଆ ରିଚାର୍ଜ କୁପନ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି ଟ୍ରାଇ । ଏଣିକି କଲ ଓ ଏସଏମଏସ ପାଇଁ ରିଚାର୍ଜ ଭାଉଚର ମିଳିବ । ଟ୍ରାଇ ଟେଲିକମ କନଜ୍ୟୁମର ପ୍ରୋଟେକ୍ସନ (୧୨ ସଂଶୋଧନ) ରେଗୁଲେଶନ ୨୦୨୪ରେ କହିଛି ସର୍ଭିସ୍ ପ୍ରୋଭାଇଡରଙ୍କୁ ଅତିକମରେ ଗୋଟିଏ ସ୍ପୋଶାଲ ଟେରିଫ ଭାଉଚର ଦେବାକୁ ପଡିବ । ଯାହା କେବଳ ଭଏସ ଓ ଏସଏମଏସ ପାଇଁ ହେବ । ଅତିକମରେ ୧୦ ଟଙ୍କିଆ ରିଚାର୍ଜ ଭାଉଚର ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking