21.1 C
Bhubaneswar
Saturday, February 14, 2026
Homeଓଡିଶାଓଲିଉଡ଼ରେ ଉତ୍ତମ ମହାନ୍ତି: ‘ଅଭିମାନ'ରୁ ଅଭିନୟ, ‘ବିଦ୍ୟାରାଣ'ରେ ଶେଷ

ଓଲିଉଡ଼ରେ ଉତ୍ତମ ମହାନ୍ତି: ‘ଅଭିମାନ’ରୁ ଅଭିନୟ, ‘ବିଦ୍ୟାରାଣ’ରେ ଶେଷ

ଭୁବନେଶ୍ୱର: ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଜଗତକୁ ଆସିଥିଲେ, ‘ବିଦ୍ୟାରାଣ’ ପକାଇ ଚାଲିଗଲେ । ସେ ଥିଲେ ଓଲିଉଡ଼ର ‘ଦଣ୍ଡାବାଳୁଙ୍ଗା’, ‘ସରପଞ୍ଚ ବାବୁ’ । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା । ୭୦ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ । ପରଦା ଉପରେ ହିରୋଇନ ସହ ତାଙ୍କର ରୋମାନ୍ସରେ ହଲରେ ସିଟି ବାଜୁଥିଲା, ତାଙ୍କ ଫାଇଟିଂରେ ଦର୍ଶକଙ୍କ କରତାଳି ପଡୁଥିଲା । ସେ କାନ୍ଦିଲେ ଦର୍ଶକଙ୍କ ଆଖିରେ ଲୁହ ଆସିଯାଉଥିଲା । ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ସେ ପାଲଟିଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର । ତାଙ୍କର ନିଆରା ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟରେ ଦର୍ଶକ ଦିୱାନା ।

୨୩ ଡିସେମ୍ୱର ୧୯୫୮ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । ‘ଅଭିମାନ’ ଚଳଚ୍ଚିତ୍ରରୁ ଆରମ୍ଭ ହୁଏ ତାଙ୍କ ଫିଲ୍ମ କ୍ୟାରିୟର । ଦୀର୍ଘ ୪୮ ବର୍ଷ ଧରି ସେ ସିନେ ଇଣ୍ଡଷ୍ଟ୍ରିରେ ରାଜ କରିଥିଲେ । ୭୦ ଦଶକରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ପ୍ରିୟ ହିରୋ ପାଲଟିଥିଲେ । ଉତ୍ତମ ମହାନ୍ତିଙ୍କ ନୂଆ ଫିଲ୍ମ ଆସିବା ଶୁଣିଲେ ହାଉସ୍ ଫୁଲ । ୧୩୫ ଓଡ଼ିଆ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଖାଲି ଓଡ଼ିଆ ଫିଲ୍ମ ନୁହେଁ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଛାପ ରହିଛି । ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ୬୬ ବର୍ଷ ହୋଇଥିବା ବେଳେ ଦୀର୍ଘ ୪୮ ବର୍ଷ ଧରି ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରିଛନ୍ତି ।

ମୋଟ ୧୩୫ଟି ଓଡ଼ିଆ ଫିଲ୍ମ, ୩୦ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମା ‘ନୟା ଜେହେର’ ରେ କାମ କରିଛନ୍ତି ଉତ୍ତମ। ୧୯୭୭ ମସିହାରେ ‘ଅଭିମାନ’ ଫିଲ୍ମ ସହ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ୧୯୭୭ରୁ ୨୦୨୫ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ । ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ (୧୯୭୮), ‘ସରପଞ୍ଚ ବାବୁ’, ‘ଜ୍ୱାଇ ପୁଅ’ (୧୯୮୨), ‘ଝିଅଟି ସୀତା ପରି'(୧୯୮୩), ‘ଜନନୀ’ (୧୯୮୪), ‘ଚକା ଭଉଁରୀ'(୧୯୮୫), ‘ଜଗା ହାତରେ ପଘା’, ‘ମମତା ମାଗେ ମୂଲ’, ‘ସମୟ ବଡ଼ ବଳବାନ’, ‘ଶଙ୍ଖା ସିନ୍ଦୂର’, ‘ଚକା ଆଖି ସବୁ ଦେଖୁଛି’, ‘ଜୋର ଜାର ମୂଲକ ତାର’, ‘ଏଇ ଆମ ସଂସାର’, ‘ପାପ ପୂଣ୍ୟ’, ‘ଶାସ୍ତି’, ‘ନୂଆ ଭାଉଜ’, ‘ତୋ ବିନୁ ଅନ୍ୟଗତି ନାହିଁ’, ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡାବାଳୁଙ୍ଗା’ ଭଳି ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ମନ ଜିତିଛନ୍ତି । ୨୦୨୨ ରିଲିଜ ହୋଇଥିବା ‘ବିଦ୍ୟାରାଣ’ରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking