ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରର ତଳ ମହଲାରେ ସ୍ଥାପନ କରାଯାଇଛି ସୁନା କବାଟ । ଉପର ମହଲାରେ ସୁରକ୍ଷା ଦୃଷ୍ଟିରୁ ସ୍ଥାପନ କରାଯାଇନାହିଁ । ଏହି ସୂଚନା ଦେଇଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ଉପର ମହଲାରେ କେବଳ ଶାଗୁଆନରେ ନିର୍ମିତ କବାଟ ଲଗାଯାଇଛି । ଆଗକୁ ମନ୍ଦିର ଚୁଡାରେ ସ୍ୱଣ୍ଣ ଖଚିତ କଳସ ମଧ୍ୟ ଲଗାଯିବ । ଜୁଲାଇ ଶେଶ ସୁଦ୍ଧା ଏହା ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି । ଆସନ୍ତା ୫ ତାରିଖରେ ଶ୍ରୀରାମଙ୍କ ଦରବାର ସହିତ ୭ ଉପ ମନ୍ଦିର ପ୍ରାଣପ୍ରତିଷ୍ଠା କରାଯିବ । ଏଥିପାଇଁ ଆସନ୍ତା କାଲିଠାରୁ ଆନୁଷ୍ଠାନିକ ଭାବରେ ଭବ୍ୟ କାଯ୍ୟକ୍ରମ ହେବ । ଏଥିରେ ୧୦୧ ଆଚାଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି ।