ସମ୍ବଲପୁର : ସମ୍ବଲପୁରରେ ବଡ ଧରଣର ଡକାୟତି ହୋଇଛି । ମଣପୁରମ ଗୋଲ୍ଡରୁ ସୁନା ଲୁଟ ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ବୁଢାରଜା ଛକ ସ୍ଥିତ ମଣପୁରମରୁ ସୁନା ଲୁଟ ହୋଇଛି । କିଛି ଦୁର୍ୱୃତ୍ତ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଦୋକାନରୁ ବିପୁଳ ସୁନା ଅଳଙ୍କାର ଲୁଟ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।










