ନୂଆଦିଲ୍ଲୀ: କମିଲା ସୁନା ଆଉ ରୂପା ଦର । ସୁନା ରୂପା ଦରରେ ଗତକାଲି ନିଆଁ ଲାଗିଥିବା ବେଳେ ଦରକୁ ନେଇ ଆଜି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସୁଚନା ଅନୁସାରେ ସୁନା ରେଟ ୧୦ ଗ୍ରାମ ପିଛା ୮ ହଜାର ଟଙ୍କା ଶସ୍ତା ହୋଇଛି । ଗୁରୁବାର ରୂପା ଦାମ କେଜି ପ୍ରତି ୪ ଲକ୍ଷରେ ପହଞ୍ଚିଥିଲା । ଗତକାଲି ରୂପା କେଜି ପ୍ରତି ଦାମ ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କା ରହିଥିଲା । ହେଲେ ଆଜି ଏହା ପାଖାପାଖି ୨୦ ହଜାର ଟଙ୍କାରୁ ଅଧିକ ଖସି ୩ ଲକ୍ଷ ୭୫ ହଜାରରେ ପହଞ୍ଚିଛି । ସେହିପରି ଗତକାଲି ସୁନାର ଦାମ ୧ ଲକ୍ଷ ୮୩ ହଜାର ପହଞ୍ଚିଥିଲା । ହେଲେ ଶୁକ୍ରବାର ଏହାପାଖାପାଖି ୮ ହଜାର ୮ଶହ ଟଙ୍କା ଶସ୍ତା ହୋଇ ୧ ଲକ୍ଷ ୭୫ ହଜାରରେ ପହଞ୍ଚିଛି । ଅନ୍ୟପଟେ ବୈଶ୍ୱିକ ସ୍ଥିତି ମଧ୍ୟ ଜଟିଳ ରହିଛି । ଟାରିଫ୍ ଓ୍ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ କଥାବାର୍ତ୍ତା କରିବାକୁ ରାଜି ହୋଇଥିବା ଜଣାପଡ଼ିଛି । ଯାହାର ପ୍ରଭାବ ସୁନା ଓ ରୁପା ବଜାରରେ ମଧ୍ୟ ଦେଖିବାକୁ ମିଳିଛି ।










