ଭୁବନେଶ୍ୱର: ଆସୁଛି ପାର୍ବଣ ଋତୁ । ତେବେ ପାର୍ବଣ ପୂର୍ବରୁ ସୁନା ଦର ଆକାଶ ଛୁଆଁ । ଗ୍ରାହକଙ୍କୁ ସୁନା ପସନ୍ଦ ଆସିଲେ ବି ହାତ ମାରିବାକୁ ଡର ଲାଗୁଛି । ଭୁବନେଶ୍ୱର ବଜାରରେ ପ୍ରଥମ ଥର ପାଇଁ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଟପି୧,୦୧,୧୦୦ ଟଙ୍କାରେ ପହଞ୍ଚିଛି । ଦିନକରେ ସୁନାଦର ୧୨୫୦ ଟଙ୍କା ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୩୬୦ ଟଙ୍କା ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୦୮, ୯୩୦ ଟଙ୍କାରେ ପହଞ୍ଚିଛି। ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢିଛି। ତେବେ ଋଷ – ୟୁକ୍ରେନ ଯୁଦ୍ଧ ଓ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ ସୁନା ମହଙ୍ଗା ହେଉଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି ।










