27.1 C
Bhubaneswar
Wednesday, February 4, 2026
Homeଓଡିଶାପୁଣି ବଢିଲା ସୁନା ଦର

ପୁଣି ବଢିଲା ସୁନା ଦର

ଭୁବନେଶ୍ୱର: ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ପୁଣି ବଢି ଯାଇଛି ସୁନା ଓ ରୁପା ଦର। କିଣିବା ପୂର୍ବରୁ ପ୍ରଥମେ ଏହି ମୂଲ୍ୟବାନ ଧାତୁର ଦର ଜାଣି ନିଅନ୍ତୁ। ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୪୦,୪୬୦ ଟଙ୍କା ଥିବା ବେଳେ ଆଜି ୧୬୯୦ ଟଙ୍କା ବଢି ୧,୪୨,୧୫୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୮,୭୫୦ ଟଙ୍କା ଥିବା ବେଳେ ଆଜି ୧୫୫୦ ଟଙ୍କା ବୃଦ୍ଧି ଘଟି ୧,୩୦,୩୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୫,୩୪୦ ଟଙ୍କା ଥିବା ବେଳେ ଆଜି ୧୨୭୦ ଟଙ୍କା ବଢି ୧,୦୬,୬୧୦ ଟଙ୍କା ହୋଇଛି। ଅନ୍ୟପଟେ ରୂପା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି। ସୁନା ସହ ତାଳ ଦେଇ ରୁପା ବଢିବାରେ ଲାଗିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ପିଛା ୨,୭୫,୦୦୦ ଟଙ୍କା ଥିବା ବେଳେ ଆଜି ଏକା ଥରକେ ୧୨,୦୦୦ ଟଙ୍କା ବଢି ଯାଇଛି। ଯାହା ଫଳରେ ରୁପା ଦର ୨,୮୭,୦୦୦ ଟଙ୍କାରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking