24.1 C
Bhubaneswar
Monday, February 9, 2026
Homeଓଡିଶାପୁଣି ଚିନ୍ତା ବଢ଼ାଇଲା ସୁନା ଦର: ୯୩ ହଜାର ପାର କଲା ସୁନା ଦର

ପୁଣି ଚିନ୍ତା ବଢ଼ାଇଲା ସୁନା ଦର: ୯୩ ହଜାର ପାର କଲା ସୁନା ଦର

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲା ସୁନା ଦର। ଏକାଥରେ ବଢ଼ିଲା ୨୭୦୦ ଟଙ୍କା। ଯାହାକୁ ନେଇ ଚିନ୍ତାରେ ଲୋକେ। କିଛି ଦିନ ହେବ ସୁନା ଓ ରୁପା ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା। ହେଲେ ଦୁଇ ଚାରି ଦିନର ହ୍ରାସ ପରେ ପୁଣି ବଢିଛି  ସୁନା ରୁପା ଦର। ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ ଟଙ୍କା ରହିଛି। ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା।

ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ରହିଛି। ଯାହାକି ଗତକାଲି ୮୨,୯୦୦ ରହିଥିଲା। ଏଥିରେ ୨୭୦୦ ଟଙ୍କା ବୃଦ୍ଧି ହୋଇଛି। ଏହାସହ ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ରହିଛି। ଗତକାଲି ଥିଲା ୬୭,୮୩୦ ଟଙ୍କା। ଯେଉଁଥିରେ ୨,୨୧୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୪୦୦ ରହିଛି। ଗତକାଲି ଏହା ୧୦,୨୦୦ ଥିଲା। ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking