ଭୁବନେଶ୍ୱର: ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନାର ଦର ୨୪ ଶହ ଟଙ୍କା ବୃଦ୍ଧି ପାଇଛି । ୧୦ ଗ୍ରାମ୍କୁ ସୁନାର ଦର ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ଅଛି । ଗତାକାଲି ଠାରୁ ୩ ହଜାର ୨୭୦ ଟଙ୍କା ବଢିଛି । ୨୨ କ୍ୟାରେଟ୍ ସୁନାର ଦରରେ ୨୨ ଶହ ଟଙ୍କା ବୃଦ୍ଧି ପାଇ ହେଲା ଲକ୍ଷେ ୨୭ ହଜାର ଟଙ୍କା । ଗତକାଲି ଅପେକ୍ଷା ୨୨ କ୍ୟାରେଟ ସୁନା ଦର ୩ ହଜାର ବଢିଛି । ଏହା ପୂର୍ବରୁ ୧୮ ଡିସେମ୍ବରରେ ସୁନା ଦର ବୃଦ୍ଧି ପାଇ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨ହଜାର ୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ଥିଲା ।










