ଭୁବନେଶ୍ୱର: ଲଗାତାର ବଢିଚାଲିଛି ସୁନା ଦର । ୯୦ ହଜାରରୁ ଅଧିକ ହୋଇସାରିଲାଣି ସୁନା ଦର । ଏକ ଲକ୍ଷ ପାର୍ ହେବା ଆଶଙ୍କାରେ ଗ୍ରାହକ । ବର୍ତ୍ତମାନ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୭୨୦ ଟଙ୍କା ରହିଛି ।ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୮୦,୩୫୦ ଟଙ୍କା ରହିଛି । ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୦,୨୭୦ ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୨,୭୦୦ ରହିଛି । ଚିନ୍ତା ବଢାଉଛି ସୁନାର ବର୍ଦ୍ଧିତ ମୂଲ୍ୟ ।