ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବା ପରେ ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ହ୍ରାସ ପାଇଚାଲିଛି । ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟରେ ପ୍ରାରମ୍ଭିକ କାରବାରରେ ହ୍ରାସ ଘଟିଛି। ଏମସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୭୨୮୬୭ ଟଙ୍କାକୁ ହ୍ରାସ ପାଇଛି ଓ ରୁପା କିଲୋଗ୍ରାମ ପିଛା ୮୮୦୩୨ ଟଙ୍କାକୁ ହ୍ରାସ ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ପିଛା ୩୪୦୦ ଟଙ୍କା ଓ ରୁପା କିଲୋ ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା କମିବା ଯୋଗୁଁ ସ୍ପଟ ବଜାରରେ ବି ସୁନା କମିଚାଲିଛି । ସ୍ପଟ ବଜାରରେ ୨୨ କ୍ୟାରେଟ ସୁନା ୭୩୬୪୮ ଟଙ୍କାକୁ କମିଛି ।