22.1 C
Bhubaneswar
Friday, February 6, 2026
Homeଓଡିଶାଗୋଡ଼ ହାତ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଗୋଡ଼ ହାତ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଝାରସୁଗୁଡା: ଲଇକେରା ଥାନା କୁଅଁରମାଲ ଗ୍ରାମର ମଳୟ ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ବୁଧବାର ମଳୟ ଏବଂ ତାଙ୍କ ପତ୍ନୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘରେ ମଳୟଙ୍କର ପୁଅ ମନର୍ସ ଏବଂ ମାମୁ ରାତିରେ ଶୋଇଥିଲେ।  ରାତି ପ୍ରାୟ ଗୋଟାଏ ବେଜେ ଚାରିଜଣ ମୁଖା ପିନ୍ଧା ଯୁବକ ଘରେ ପଶି ମାମୁ ଭଣଜା ଦୁଇଜଣଙ୍କୁ ବାନ୍ଧି ଦେଇ ନିସ୍ତୁକ ମାଡ଼ମାରି ଥିଲେ। ଘରର ଆଲମୀରା ଖୋଲି ଆସବାବପତ୍ର ସବୁ ଖେଳେଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ କିଛି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଲଇକେରା ଥାନାଧିକାରୀ ଦିଲିପ ବେହେରା ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁରକୁ ନେଇ ସିସି କ୍ୟାମେରା ଯାଞ୍ଚ୍ କରିଥିବା ବେଳେ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking