ଭୁବନେଶ୍ୱର : ରାଜ୍ୟର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ କରାଯାଉଛି । ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ ହୋଇଛି । ଦେବଗଡ ଜିଲ୍ଲାର ଆଡାସ – ରମାପଲ୍ଲୀରେ ସନ୍ଧାନ କରାଯାଉଛି । କେନ୍ଦୁଝର ଜିଲ୍ଲାର ଗୋପୁର – ଗଜିପୁର ଅଞ୍ଚଳରୁ ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି ।









