କଟକ: ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଜବତ । ସୁନା ଚୋରି ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ । ପାଖାପାଖି ୪୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଘଟଣାର ହୋଇଛି ପର୍ଦ୍ଦାଫାସ। ଲୁଟ୍ ସୁନା ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। କଟକ ପୁରୀଘାଟ ଥାନା ଅଞ୍ଚଳରେ ଏତେ ଟଙ୍କାର ସୁନା ଅଳଙ୍କାର ଚୋରି ନେଇ ହୋଇଥିବା ଅଭିଯୋଗ। ୫୦୦ ଗ୍ରାମରୁ ଅଧିକ ସୁନା ହୋଇଥିଲା ଚୋରି। ଯାହାର ଆନୁମାନିକ ମୂଲ୍ୟ ୪୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗତ ଫେବୃଆରୀ ୨୬ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତକୁ ଧରିଛି।










