24.1 C
Bhubaneswar
Thursday, December 18, 2025
Homeଓଡିଶାବିପଦସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀ

ବିପଦସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବନ୍ୟା ଯୋଗୁଁ ସ୍ଥିତି ବେହାଲ ହୋଇପଡ଼ିଛି । ଏବେ ବିଭିନ୍ନ ନଦୀର ଜଳସ୍ତର ଖସୁଛି । କିନ୍ତୁ ସୁବର୍ଣ୍ଣରେଖା ବିପଦସଙ୍କେତରୁ ଖସିନାହିଁ । ଜାମଶୋଳା ଘାଟ ଓ ରାଜଘାଟରେ ଏବେ ବି ବିପଦସଙ୍କେତ ଉପରେ ସୁବର୍ଣ୍ଣରେଖା ରହିଛି । ଜାମଶୋଳା ଘାଟରେ ବିପଦସଙ୍କେତ ୪୯.୧୬ ମି. ଥିବାବେଳେ ଏବେ ୪୯.୭୪ ମି. ରହିଛି । ରାଜଘାଟରେ ବିପଦସଙ୍କେତ ୧୦.୩୬ ମି. ଥିବାବେଳେ ଏବେ ୧୦.୬୭ ମି. ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ଲାଗି ରହିଛି।ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦ୍‌ବେଗଜନକ ରହିଛି। ଜୀବନ ହାନି ହୋଇ ନ ଥିଲେବି ଏହି ଚାରିଟି ବ୍ଲକରେ ଧନ ସମ୍ପତ୍ତି ଓ ଫସଲ କ୍ଷତିଗ୍ରସ୍ତ ହେବାର ବହୁତ୍‌ ଆଶଙ୍କା ରହିଛି। ଚଳିତ ବନ୍ୟାରେ ଉତ୍ତର ବାଲେଶ୍ୱରର ଚାରିଟି ବ୍ଲକ ସମେତ ସଦର ଓ ରେମୁଣା ବ୍ଲକର ପ୍ରାୟ ୮ ହଜାର ହେକ୍ଟର ଚାଷ ଜମିକୁ ବନ୍ୟାଜଳ ବୁଡ଼ାଇ ରଖିଛି। ଏହାବାଦ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ୩୫ରୁ ଉର୍ଦ୍ଧ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଦୁଇ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଏତଦବ୍ୟତୀତ ବନ୍ୟା ଜଳରେ ଅଧିକ ପ୍ରଭାବିତ ହେଇଥିବା ଗ୍ରାମ ଗୁଡିକରୁ ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ୮ଟି ଫାୟାର ଟିମ, ତିନୋଟି ଓଡ୍ରାଫ ଟିମ, ଗୋଟିଏ ଏନ୍‌ଡ଼ିଆରଏଫ ଟିମ ନିୟୋଜିତ ଅଛନ୍ତି। ବିଭିନ୍ନ ବିଭାଗୀୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking