30.1 C
Bhubaneswar
Sunday, June 8, 2025
Homeଓଡିଶାଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା: ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୯୭.୯୧୦ ଟଙ୍କା

ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା: ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୯୭.୯୧୦ ଟଙ୍କା

ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା ଦର । ଦର ବଢ଼ି ବଢ଼ି ଚାଲିବା ପରେ ଆଜି ହଠାତ କମିଛି । ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ।   ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା ।

ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାରର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରେଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ । ୨୪ କ୍ୟାରେଟରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟରେ ୯୫୮ ଏବଂ ୨୨ କ୍ୟାରେଟରେ ୯୧୬, ୨୧ କ୍ୟାରେଟରେ ୮୭୫ ଏବଂ ୧୮ କ୍ୟାରେଟରେ ୭୫୦ ଲେଖା ଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking