ନୂଆଦିଲ୍ଲୀ: ଧନତେରାସ ପୂର୍ବରୁ ସୁନା ରୂପା ଦର ଆକାଶ ଛୁଆଁ । ଚଳିତ ସପ୍ତାହରେ ସୁନା ଓ ରୂପା ମୂଲ୍ୟରେ ବ୍ୟାପକ ବୃଦ୍ଧି ପାଉଛି । ଅକ୍ଟୋବର ମାସର ୬ରୁ ୧୧ ତାରିଖ ମଧ୍ୟରେ ରୁପା ଦାମରେ ୧୯ ହଜାର ଟଙ୍କା ବୃଦ୍ଧି ହୋଇଛି । ଫଳରେ ରୂପା କେଜି ୧,୯୦,୦୦୦ ଟଙ୍କା ଭଳି ରେକର୍ଡ ସ୍ତରରେ ପହଞ୍ଚିଛି । ସୁନା ମଧ୍ୟ ମହଙ୍ଗା ହୋଇଛି । ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ଦାମ ୬୧୨୦ ଟଙ୍କା ବଢିଛି । ଧରତେରାସ ପୂର୍ବରୁ ଏଭଳି ଦରବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଇଛି । ଟ୍ରମ୍ପଙ୍କ ଟାରିଫ ନୀତି ସହ ସଙ୍କଟକୁ ଏଥିପାଇଁ ଦାୟୀ କରିଛନ୍ତି ବଜାର ବିଶେଷଜ୍ଞ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିରେ ଅନିଶ୍ଚିତତା, ଭୂରାଜନୈତିକ ସଙ୍କଟ ଆଦିକୁ ମଧ୍ୟ ସୁନା ଓ ରୁପା ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି। ରୁପାକୁ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟାପକ ଭାବେ ବ୍ୟବହାର କରାଯାଉଥିବାରୁ ତାହାର ଚାହିଦା ବଢ଼ିବା ସହ ଦର ବଢ଼ୁଛି।










