ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ଘନଘଟା ଭିତରେ ଆଜି ପୁଣି ଖସିଛି ସୁନା ଦର । ଲଗାତାର ତଳମୁହାଁ ହୋଇଛି ସୁନା ଦର । ଆଜି ପୁଣି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨ ହଜାର ୯ ଶହ ୪୦ ଟଙ୍କା ଖସିଥିବା ବେଳେ ୨୨ ଗ୍ରାମ ସୁନା ୧୦ ଗ୍ରାମ ପିଛା କମିଛି ୨୭୦୦ ଟଙ୍କା । ଏବେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ରହୁଛି ୧ ଲକ୍ଷ ୨୮ ହଜାର ୬ ଶହ ୫୦ ଟଙ୍କା । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୦ ହଜାର ୩୫୦ ଟଙ୍କା ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକ ଏବେ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି । ଗତକାଲି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫ ହଜାର ୯୫୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା କମିଛି ୫ ହଜାର ୪୫୦ ଟଙ୍କ।। ଏବେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କା । ସେହିଭଳି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୪୦ ହଜାର ୨୦ ଟଙ୍କା ରହିଛି ।










