ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଦର । ଆଜି ପୁଣି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫ ହଜାର ୯୫୦ ଟଙ୍କା ଖସିଥିବା ବେଲେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା କମିଛି ୫ ହଜାର ୪୫୦ ଟଙ୍କା । ଏବେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କ।। ସେହିଭଳି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୪୦ ହଜାର ୨୦ ଟଙ୍କା ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି ।










