27.1 C
Bhubaneswar
Monday, February 2, 2026
Homeଦେଶ ବିଦେଶସୁନା: ଦିନକରେ ବଢିଲା ୧୧ ହଜାର

ସୁନା: ଦିନକରେ ବଢିଲା ୧୧ ହଜାର

ଭୁବନେଶ୍ବର: ସୁନା , ରୂପା ଦରରେ ଲଗୁନି ବ୍ରେକ । ସୁନା ଦର ରେକର୍ଡ ସ୍ତରରେ ବୃଦ୍ଧି । ଅଳଙ୍କାର ଦୋକାନରୁ ମୁହଁ ଏଡାଉଛନ୍ତି ଗ୍ରାହକ । ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବଢିଲା । ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି ହୋଇଛି । ୨୨ କ୍ୟାରେଟ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢିଲା । ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ହୋଇଛି । ଗୁରୁବାର ସୁନା ଓ ରୁପା ଦରରେ ହଠାତ୍‌ ବଡ଼ ଧରଣର ବୃଦ୍ଧି ହୋଇଛି। ଗୋଟିଏ ଦିନରେ ସୁନା ୧୧ ହଜାର ଟଙ୍କାରୁ ଅଧିକ ଓ ରୁପା ଦାମ୍‌ ୨୫ ହଜାର ଟଙ୍କା ବଢ଼ିଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୧୧,୭୭୦ ଟଙ୍କା ବୃଦ୍ଧି ପାଇ ୧,୭୮,୮୫୦ ଟଙ୍କା ହୋଇଯାଇଛି। ସେହି ସମୟରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୧୦,୮୦୦ ଟଙ୍କା ବୃଦ୍ଧି ପାଇ ୧,୬୩,୯୫୦ ଟଙ୍କା ହୋଇଛି। ନିକଟ ଅତୀତରେ ଗୋଟିଏ ଦିନରେ ସୁନା ଦରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିନଥିଲା। ଆଜି ରୁପା କେଜି ୨୫ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଯାଇଛି। ଗତ ଚାରି ଦିନରେ ରୁପା କେଜି ୬୦ ହଜାର ଟଙ୍କା ବଢ଼ିଛି। ଚଳିତ ମାସ ୨୩ ତାରିଖ ପରଠାରୁ ରୁପା ଦର ଲଗାତାର ଭାବେ ବୃଦ୍ଧି ପାଉଛି। ଏହି ୭ ଦିନରେ ତାହା ୮୫ ହଜାର ଟଙ୍କା ମହଙ୍ଗା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking