25.1 C
Bhubaneswar
Wednesday, December 10, 2025
Homeଓଡିଶାଟ୍ରିବ୍ୟୁନାଲ ଯିବା ଭୁଲ ଥିଲା: ଜୟନାରାୟଣ

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା: ଜୟନାରାୟଣ

କଟକ: ମହାନଦୀ ଜଳ ବିବାଦକୁ ନେଇ କମିଟି ସଦସ୍ୟ ଜୟନାରାୟଣ ମିଶ୍ର ବଡ ବୟାନ ଦେଇଛନ୍ତି । କହିଛନ୍ତି, ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତ୍ତି  ଥିଲା, ରାଜନୈତିକ ସମାଧାନ ଆବଶ୍ୟକ । ନୀତିନ ଗଡକାରୀ ସମାଧାନ ପାଇଁ ଡାକିଥିଲେ । ସମାଧାନ କଲେନି । ଯେତେବେଳେ ରାଜନୈତିକ ସମାଧାନ ନକରି କାହିଁକି ଟ୍ରିବ୍ୟୁନାଲ ଗଲେ ଜାଣିନି । ଟ୍ରିବ୍ୟୁନାଲକୁ ଯିବା ଦ୍ୱାରା ପ୍ରକ୍ରିୟା ବିଳମ୍ବ ହୋଇଛି । ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ ସମାଧାନ ପାଇଁ  । ଛତିଶଗଡ ଯେମିତି ବ୍ୟାରେଜ କଲା, ଓଡିଶା ସରକାର ସେମିତି କରିବାର ଥିଲା । ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ ନିର୍ମାଣ କରିବା କଥା ।  ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ।  ଆଜି  ମହାନଦୀ ଜଳ ବିବାଦର ସମାଧାନ ପାଇଁ  ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ।

ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ୮ ଜଣିଆ କମିଟି ଗଠନ କରାଯାଇଛି। ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି। କମିଟିରେ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ ସ୍ୱାଇଁ ଅଛନ୍ତି । ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦୋସ ସଦସ୍ୟ ଅଛନ୍ତି। ଛତିଶଗଡ ସହିତ ମହାନଦୀ ଜଳ ବିବାଦକୁ ନେଇ ତଦାରଖ କରିବା ପାଇଁ ଏହି କମିଟି ଗଠନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking