31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ: ଲୁଥ୍ରା ଭାଇ ଗିରଫ

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ: ଲୁଥ୍ରା ଭାଇ ଗିରଫ

ଗୋଆ: ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ଘଟଣାରେ ବଡ ସଫଲତା ମିଳିଛି। ବିଦେଶ ପଳାୟନ କରିଥିବା ଲୁଥ୍ରା ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ଗୋଆ ନାଅଟ୍ କ୍ଲବ୍ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଭାଇ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ସେମାନେ ଫେରାର ହୋଇଯିବା ପରେ ଭାରତ ସରକାର ସେମାନଙ୍କର ପାସପୋର୍ଟକୁ ରଦ୍ଦ କରିଦେଇଥିଲେ। ଏହା ପରେ ଥାଇଲ୍ୟାଣ୍ଡରେ ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ। ସରକାରୀ ସୂତ୍ର ଅନୁଯାୟୀ, ପାସପୋର୍ଟ ସ୍ଥଗିତ ହେବା ପରେ ଲୁଥ୍ରା ଭାଇମାନଙ୍କ ଥାଇଲ୍ୟାଣ୍ଡରେ ରହିବା ଅବୈଧ ହୋଇଯାଇଥିଲା ଏବଂ ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କ ଥାଇ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଅଟକ ରଖିବା ପାଇଁ ସୂଚନା ଦେଇଥିଲେ

ଭାରତୀୟ ଅଧିକାରୀମାନେ ଏବେ ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଥାଇଲ୍ୟାଣ୍ଡ ଯାତ୍ରା କରୁଛନ୍ତି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ପଚିଶ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଛଅ ଜଣ ଆହତ ହୋଇଛନ୍ତି। ରବିବାର ସକାଳେ ଉତ୍ତର ଗୋଆର ଆର୍ପୋରା ଗାଁରେ ଥିବା ନାଇଟ୍ କ୍ଲବ୍ ‘ବିର୍ଚ ବାଇ ରୋମିଓ ଲେନ୍’ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର କିଛି ଘଣ୍ଟା ପରେ, ଥାଇଲ୍ୟାଣ୍ଡର ଫୁକେଟ୍ ପଳାଇ ଯାଇଥିଲେ ଲୁଥ୍ରା ଦୁଇ ଭାଇ। ତେବେ ଦୁଇ ଭାଇଙ୍କ ବିରୁଦ୍ଧରେ ହତ୍ୟା ଏବଂ ଅବହେଳା ନୁହେଁ ବରଂ ଦୋଷମୁକ୍ତ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ଭାରତ ଆଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking