25.1 C
Bhubaneswar
Tuesday, February 3, 2026
Homeଓଡିଶାଦଳିଦେଲା ଦନ୍ତା ; ଚାଲିଗଲା ଜୀବନ

ଦଳିଦେଲା ଦନ୍ତା ; ଚାଲିଗଲା ଜୀବନ

ବୌଦ୍ଧ : ଦାନ୍ତହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ବାରିଙ୍ଗ ଫରେଷ୍ଟ ସେକ୍ସନ ବାରିଙ୍ଗ ଗୁରହାପରା ଗ୍ରାମରେ ଘଟିଛି ଏମିତି ଅଭାବନୀୟ ଘଟଣା । କାଶୀନାଥ ପ୍ରଧାନ ନିଜ ବନ୍ଧୁ ଘର ଲେଙ୍ଗର ପାଜୁ ଗ୍ରାମକୁ ଯାଇଥିଲେ। ହେଲେ ଗ୍ରାମ ଠାରୁ ମାତ୍ର ଦେଢ଼ କିଲୋମିଟର ବାଟରେ ଥିବା ଏକ ଆମ୍ବ ତୋଟାରେ ଏକ ଦନ୍ତା କାଶୀନାଥଙ୍କ ମୁଣ୍ଡରେ ଚଢ଼ିଯାଇ ଗୋଡ଼ ଦୁଇଟିକୁ ଦୁଇ ଫାଳ କରିଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦିନ ତିନିଟା ବେଳେ ଗ୍ରାମର କେତେଜଣ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ। ଦନ୍ତା ବୃଦ୍ଧକୁ ଦଳିଚକଟି କରି ମାରିପକାଇ।ଦେଇଥିବା ଦେଖି ସଂଗେ ସଂଗେ ଆସି ପରିବାର ଲୋକଙ୍କୁ କହିଥିଲେ।
ଏହାସହିତ ତୁରନ୍ତ ବିଭାଗୀୟ ଅଧିକାରୀ ଏବଂ ପୋଲିସକୁଫୋନ କରି ଜଣାଇଥିଲେ। ଘଟଣାସ୍ଥଳରେ ପରିବାର ବନ୍ଧୁବାନ୍ଧବ, ଗ୍ରାମବାସୀ ପହଞ୍ଚି ଥିଲେ ଏବଂ ପୋଲିସ ତଥା ଫରେଷ୍ଟ ଡିପାର୍ଟମେଣ୍ଟ ଏହାର ତଦନ୍ତ କରି ଶବକୁ ଜବତ କରି ବୌଦ୍ଧ ମେଡିକାଲକୁ ପୋଷ୍ଟ ମୋର୍ଟମ୍ କରିବା ପାଇଁ ପଠାଇ ଥିଲେ। ଘଟଣା ସ୍ଥଳରେ ବାରିଙ୍ଗ ଫରେଷ୍ଟର ବିଜୟା ନନ୍ଦ ସାହୁ, ଅଭିମନ୍ୟୁ ମଂହାନ୍ତି, ସୁନୀଲ ଖେତୀ, ସୁମନ୍ତ୍ର ମଲ୍ଲିକ ଏବଂ ସମସ୍ତ ଷ୍ଟାଫ୍ ଏବଂ ସ୍କ୍ୱାର୍ଡ ପହଞ୍ଚି ଥିଲେ। ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଯଥା ଶୀଘ୍ର ସହାୟତା ମଞ୍ଜୁର କରି ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking