21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍ ଶକ୍ତିକାନ୍ତ ଦାସ

ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍ ଭାବେ ସ୍ଥାନ ପାଇଛନ୍ତି ଶକ୍ତିକାନ୍ତ ଦାସ। ଏନେଇ ଆରବିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି ଯେ, ‘‘ଖୁସିର ସହ ଘୋଷଣା କରୁଛୁ ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୪ରେ ‘ଏ+’ ମାନ୍ୟତା ଦିଆଯାଇଛି।’’

ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନାରେ ସଫଳତା ପାଇଁ ‘ଏ’ରୁ ‘ଏଫ୍‌’ ପର୍ୟ୍ୟନ୍ତ ଗ୍ରେଡ୍‌ ଦିଆଯାଇଥାଏ। ଉତ୍କୃଷ୍ଟ କାର୍ୟ୍ୟଦକ୍ଷତା ପାଇଁ ଗ୍ରେଡ୍ ‘ଏ’ ଦିଆଯାଉଥିବାବେଳେ ସଂପୂର୍ଣ୍ଣ ବିଫଳତା ପାଇଁ ‘ଏଫ୍‌’ ଦିଆଯାଏ। କେନ୍ଦ୍ରୀୟ ବ୍ୟାଙ୍କର୍ ‘ଏ +’ ବର୍ଗରେ ଡେନମାର୍କର ଖ୍ରୀଷ୍ଟିଆନ କେଟଲ ଥୋମସେନ, ଭାରତର ଶକ୍ତିକାନ୍ତ ଦାସ ଏବଂ ସ୍ୱିଜରଲ୍ୟାଣ୍ଡର ଥୋମାସ ଜୋର୍ଡନ ସ୍ଥାନ ପାଇଛନ୍ତି।

ଅପରପକ୍ଷେ, ଏହି ସଫଳତା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ଵକୁ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଶଂସା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘‘ଏହି ସଫଳତା ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ, ଏବଂ ସେ ପୁଣି ଦ୍ୱିତୀୟ ଥର ପାଇଁ। ଏହା ଆରବିଆଇରେ ତାଙ୍କର ନେତୃତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ କାର୍ୟ୍ୟକୁ ମିଳିଥିବା ମାନ୍ୟତା।’’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking