19.1 C
Bhubaneswar
Saturday, February 7, 2026
Homeଓଡିଶାପ୍ରେମିକର ଗଳା କାଟିଦେଲା ପ୍ରେମିକା

ପ୍ରେମିକର ଗଳା କାଟିଦେଲା ପ୍ରେମିକା

ପାରାଦୀପ: ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ମାର୍ଶାଘାଇ ଥାନା ଅନ୍ତର୍ଗତ ହଜାରୀ-ଛଘରିଆ ମଝି ରାସ୍ତା କଡ଼ରେ ଜନୈକ ବ୍ୟକ୍ତିଙ୍କୁ ଗଳା କାଟି ଅପରାଧୀମାନେ ଫୋପାଡି ଦେଇଥିବା ଖବର ପାଇବା ପରେ ମାର୍ଶାଘାଇ ଥାନା ଅଧିକାରୀ ପୀଡିତଙ୍କୁ ଉଦ୍ଧାରକାରୀ କେନ୍ଦ୍ରାପଡା ମେଡିକାଲ୍ କୁ ଚିକିତ୍ସା ପାଇଁ ପଠାଇଥିବା ସୂଚନା। ଗୁରୁତର ବ୍ୟକ୍ତି ର ଘର କୁଜଙ୍ଗ,ଜଗତସିଂହପୁର ବୋଲି ଶୁଣିବାକୁ ମିଳୁଛି। ସଂପୃକ୍ତ ବ୍ଯକ୍ତିଙ୍କୁ ଜାଣିଥିଲେ ମାର୍ଶାଘାଇ ଥାନା ସହିତ ଯୋଗାଯୋଗ କରନ୍ତୁ।ଖବରଟିକୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏହାଦ୍ବାରା ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କ ପରିବାର ନିକଟରେ ସୂଚନା ପହଞ୍ଚିପାରିବା ସହ ଅପରାଧୀମାନଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରାଯିବା ସମ୍ଭବ ହୋଇପାରିବ ।

କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅଧୀନ ହଜାରୀ ଛକରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳାକୁ ତାଙ୍କ ପ୍ରେମିକା କାଟି ଦେଇ ଫେରାର ହୋଇଯାଇଛନ୍ତି। ରାସ୍ତା ପାର୍ଶ୍ୱରେ ପଡିଥିବା ସେହି ଯୁବକଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି। ସମ୍ପୃକ୍ତ ଯୁବକଙ୍କ ବୟାନକୁ ଆଧାର କରି ପୋଲିସ ଏକ ମାମଲା  ରୁଜୁ ତଦନ୍ତ ଚଳାଇଛି। ଏହି ତଦନ୍ତରେ ପୋଲିସ ଫରେନସିକ ଟିମ୍‌ ଓ ଡଗ୍‌ ସ୍କ୍ବାର୍ଡକୁ ସାମିଲ କରିଛି। ତେବେ କେଉଁ କାରଣରୁ ଏପରି ଘଟଣା ଘଟିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking