ନୂଆଦିଲ୍ଲୀ : ପ୍ରେମିକକୁ ହତ୍ୟା ମାମଲାରେ ପ୍ରେମିକାକୁ ଫାଶୀ ଦଣ୍ଡାଦେଶର ରାୟ ଦେଇଛନ୍ତି ତିରୁବନନ୍ତପୁରମ କୋର୍ଟ । ୨୦୨୨ ଅକ୍ଟୋବର ୧୪ରେ ଏବ୍ ଲୋମଟାଙ୍କୁରା ଘଟଣା ଘଟିଥିଲା କୀଟନାଶକ ପାରାକ୍ୱେଟ ମିଶାଇ ପ୍ରେମିକକୁ ପିଆଇଥିଲା ପ୍ରେମିକା । ଅଭିଯୋଗ ଅନୁସାରେ ଗ୍ରୀଶ୍ମା ବିଷ ଦେଇ ପ୍ରେମିକ ସରୋନ ରାଜନଙ୍କୁ ହତ୍ୟା କରିଥିଲା । ବିଷ ଦେବାର ୧୧ ଦିନ ପରେ ପ୍ରେମିକର ମୃତ୍ୟୁ ହୋଇଛି । ଅଭିଯୁକ୍ତ ବିରୋଧରେ ଲାଗିଥିଲା ଘାରା ୨୬୪, ୩୨୮, ୩୦୨, ୨୦୧ । ସାଇଣ୍ଟିଫିକ୍, ଡିଜିଟାଲ ଓ ପାରିପାର୍ଶ୍ଵିକ ପରିସ୍ଥିତିରୁ ପ୍ରମାଣ ସଂଗ୍ରହ କରିଥିଲା ପୋଲିସ, ଯାହାକୁ ଗ୍ରହଣ କରିଥିଲେ କୋର୍ଟ । ବୟଫ୍ରେଣ୍ଡ ରାଜ୍ ସେତେବେଳେ ବିଏସସି ରେଡିଓଲଜି ପଢୁଥିଲେ । ଆଗରୁ ବି ଜୁସରେ ପାରାସିଟାମଲ ମିଶାଇ ରାଜଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଗ୍ରୀଷ୍ମା । କିନ୍ତୁ ପିତା ଲାଗିବାରୁ ପିଇ ନଥିଲେ ରାଜ୍ । ତେଣୁ ସେ ବର୍ତ୍ତି ଯାଇଥିଲେ । ପରେ ଅବଶ୍ୟ ପ୍ରେମିକା ହାତରେ ତାଙ୍କ ଜୀବନ ଯାଇଥିଲେ ।