21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପ୍ରେମିକ ଦ୍ୱାରା ଗର୍ଭବତୀ ହେଲା ପ୍ରେମିକା; ଶେଷରେ କ’ଣ ହେଲା ଜାଣନ୍ତୁ

ପ୍ରେମିକ ଦ୍ୱାରା ଗର୍ଭବତୀ ହେଲା ପ୍ରେମିକା; ଶେଷରେ କ’ଣ ହେଲା ଜାଣନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଢରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଅଜ୍ଞାତ ମହିଳାଙ୍କ ଶବ ଉଦ୍ଧାର ପରେ ଯେଉଁ ସୂଚନା ଜଣାପଡିଛି, ତାକୁ ଶୁଣିବାପରେ ସମସ୍ତଙ୍କ ହୋସ ଉଡିଯାଇଛି। ସୂଚନା ଅନୁଯାୟୀ, ପ୍ରତାପଗଢରେ ୨ ଦିନ ପୂର୍ବରୁ ଗହମ ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଛି। ଲାଲଗଞ୍ଜ ବସ୍ ଷ୍ଟପ ପଛରେ ଥିବା ଗହମ ବିଲରେ ମହିଳାଙ୍କ ଶବ ମିଳିବା ପରେ ପୋଲିସ ଯାଞ୍ଚ କରିଥିଲା। ଏହାପରେ ଏସପି ସୂଚନା ଦେଇ କହିଛନ୍ତି ଯେ, ଏହି ମୃତ ମହିଳାଙ୍କ ସ୍ୱାମୀ ଚାରି ବର୍ଷ ବିଦେଶରେ ରହୁଛନ୍ତି। ବିବାହିତାଙ୍କ ପ୍ରେମ ସମ୍ବନ୍ଧ ବିବାହ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ସହ ଥିଲା।

୪ ମାସ ପୂର୍ବରୁ ବିବାହିତା ଗର୍ଭବତୀ ହୋଇଥିଲେ, ସେ ନିଜ ଶାଶୁଘରୁ ୨ ଏପ୍ରିଲରେ ପ୍ରେମିକ ସହ ଗର୍ଭପାତ କରିବା ଲାଗି ଲାଲଗଞ୍ଜ ଅଞ୍ଚଳରେ ଏକ ନର୍ସିଂହୋମ ପହଞ୍ଚିଥିଲେ। ଗର୍ଭପାତ ସମୟରେ ଅଧିକ ରକ୍ତ ସ୍ରାବ ହେବା କାରନରୁ ଯେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ସେହିସମୟରେ ତାଙ୍କ ପ୍ରେମିକ ଶବକୁ ନେଇ ଗହମ ବିଲରେ ପକାଇଦେଇଥିଲାଏବଂ ଫେରାର ହୋଇଯାଇଥିଲା। ଏହି ମାମଲାରେ ପୋଲିସ ବିବାହିତାଙ୍କ ପ୍ରେମିକ ଏବଂ ସେହି ଡାକ୍ତରଙ୍କୁ ଗିରଫ କରି ଜେଲ ପଠାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗର ଟିମ ନର୍ସିଂ ହୋମ ଏବଂ ଅଲଟ୍ରାସାଉଣ୍ଡ କେନ୍ଦ୍ର ପହଞ୍ଚି ତାକୁ ସିଲ୍ କରିଛନ୍ତି। ନର୍ସିଂହୋମ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଯାଞ୍ଚ ଆରମ୍ଭ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking