27.1 C
Bhubaneswar
Saturday, December 6, 2025
Homeଅପରାଧଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ବାବା ଗିରଫ

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ବାବା ଗିରଫ

ରେଢ଼ାଖୋଲ: ରେଢ଼ାଖୋଲ ଅଞ୍ଚଳରୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବାବା ଗିରଫ । ସୂଚନା ମୁତାବକ ଯୁବତୀଙ୍କୁ ନିଶା ବଟିକା ଦେଇ ଦୁଷ୍କର୍ମ କରାଯାଇଛି । ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ଚାଲିଥିଲା ବେଳେ , ପ୍ରତ୍ୟେକ ଦିନ ନାବାଳିକା , ଯୁବତୀଙ୍କୁ ଦୁଷ୍କର୍ମ , ଗଣଦୁଷ୍କର୍ମ ଖବର ସାମ୍ନାକୁ ଆସୁଥିବା ବେଳେ , ଅନେକ ଘଟଣା ଲୁଚି ମଧ୍ୟ ଯାଉଛି । ପୁଣି ଏମିତି ଏକ ଲଜ୍ୟାଜନକ ଓ ଦୁଃଖଦ ଖବର ସାମ୍ନାକୁ ଆସିଛି ଏକ ଯୁବତୀଙ୍କୁ , ଜଣେ ବାବା ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ , ପୋଲିସ ତଦନ୍ତ କରି ବାବାକୁ ଗିରଫ କରିଛି । ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ଉକ୍ତ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲାଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ । ମାସେ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ । ହେଲେ ଯୁବତୀଙ୍କ ଘର ଦୂରରେ ଥିବାରୁ ସେ ଆସିନଥିଲେ ।  ଅନ୍ୟଦିନ ଯୁବତୀ ଜଣକ ଯାଇ ବାବାଙ୍କ ଆଶ୍ରମରେ‌ ପହଞ୍ଚିଥିଲେ । ଏବଂ ବାବା ତାଙ୍କୁ ୪ ଟି ବଟିକା ଖାଇବାକୁ ଦେଇଥିଲେ ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ । ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିଲେ । ପରେ ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇଦେଇଥିଲେ । ହେଲେ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ । ଖବରପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ  । ସେପଟେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲା କୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking