18.1 C
Bhubaneswar
Wednesday, February 4, 2026
Homeଓଡିଶାମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କ୍‌ୱାଲ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ଉପରେ ଗଠନମୂଳକ ଆଲୋଚନା କରିଛନ୍ତି। ବଡ଼ ଧରଣର ରେଳ କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମୟାନୁବର୍ତ୍ତୀ ସମାଧାନ ଉପରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କ୍‌ୱାଲ୍‌ ଗୁରୁତ୍ୱାରୋପ କରିଥିଲେ। ଯେଉଁଥିରେ ଭୂମି ଅଧିଗ୍ରହଣ, ଜଙ୍ଗଲ ଅଧିକାର, ଜବରଦଖଲ ଉଚ୍ଛେଦ, ଉପଯୋଗୀତା ସ୍ଥାନାନ୍ତର ଓ ବହୁଦିନ ଧରି ପଡ଼ି ରହିଥିବା ଆଇନଗତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପ୍ରସଙ୍ଗରେ ଆଲୋଚନା ହୋଇଛି। ରୋଡ୍‌ ଓଭର ବ୍ରିଜ୍‌(ଆରଓବି) ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ଭଳି କାର୍ଯ୍ୟର ସୁଗମ ସମ୍ପାଦନ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଶ୍ରୀ ଫୁଙ୍କ୍‌ୱାଲ୍‌ ଗୁରୁତ୍ୱାରୋପ କରିଥିଲେ।ଶ୍ରୀ ଫୁଙ୍କ୍‌ୱାଲ କହିଛନ୍ତି ଯେ ନିରନ୍ତର ସହଯୋଗ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିପାରିଲେ ରାଜ୍ୟରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ସହିତ ଭବିଷ୍ୟତ ରେଳ ଭିତ୍ତିଭୂମି ପାଇଁ ସୁଯୋଗ ସୃଷ୍ଟି ହେବ। ନିର୍ମାଣ ସମ୍ବଳର ବର୍ଦ୍ଧିତ ଉପଲବ୍ଧତା, ତ୍ୱରିତ ବୈଧାନିକ ମଞ୍ଜୁରି ଓ ପ୍ରକ୍ରିୟାଗତ ବିଷୟଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ସହିତ ପରାମର୍ଶ କରି ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକର ଅନୁଧ୍ୟାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବୈଠକରେ ଆଶ୍ୱାସନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking