24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଗୁଇନ୍ଦା ବିଭାଗର ବଡ଼ ସୂଚନା; ଜମ୍ମୁ କାଶ୍ମୀରରେ ୧୧୯ ଆତଙ୍କବାଦୀ ସକ୍ରିୟ

ଗୁଇନ୍ଦା ବିଭାଗର ବଡ଼ ସୂଚନା; ଜମ୍ମୁ କାଶ୍ମୀରରେ ୧୧୯ ଆତଙ୍କବାଦୀ ସକ୍ରିୟ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏବେ ୧୧୯ ଜଣ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଏମାନେ ଉଭୟ ଅପରେସନ ଓ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ରହି ଉପତ୍ୟକାର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି। ଏପରି କିଛି ସାଂଘାତିକ ତଥ୍ୟ ଗୁଇନ୍ଦା ବିଭାଗ ଦେଇଛି। ଅନ୍ୟପକ୍ଷେ ଗୁଇନ୍ଦା ବିଭାଗର ଏପ୍ରକାର ରିପୋର୍ଟ ଆସିବା ପରେ ସମଗ୍ର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ସେନା ପକ୍ଷରୁ ଉପତ୍ୟକାରୁ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ପୀର ପଞ୍ଜଲ ରେଞ୍ଜରେ ଏବେ ମୋଟ ୭୯ ଜଣ ଆତଙ୍କବାଦୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୮ ଜଣ ସ୍ଥାନୀୟ ଓ ୬୧ ଜଣ ବିଦେଶୀ ଆତଙ୍କୀ ରହିଛନ୍ତି। ସେହିପରି ଦକ୍ଷିଣ ପୀର ପଞ୍ଜଲରେ ସକ୍ରିୟ ଥିବା ୪୦ ଜଣଙ୍କ ମଧ୍ୟରୁ ୩୪ ଜଣ ବିଦେଶୀ ଓ ୬ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି।
ଜମ୍ମୁ-କାଶ୍ମୀରରରେ ଚଳିତ ବର୍ଷ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଘଟଣା ଉପତ୍ୟକାରେ ଘଟିଛି। ସେହିପରି ଏହି ସମୟ ସୁଦ୍ଧା ପ୍ରାୟ ୨୪ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୨୦୨୩ରେ ୨୫ଟି ଆତଙ୍କବାଦ ଜଡ଼ିତ ଘଟଣା ଘଟିଥିବା ବେଳେ ୨୭ ଜଣ ସୁରକ୍ଷାକର୍ମୀ ସହିଦ୍ ହୋଇଥିଲେ। ଚଳିତ ବର୍ଷ ଆତଙ୍କବାଦ ନିରୋଧ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଚଳିତ ବର୍ଷ ୬୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫ ଜଣ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଓ ୧୬ ଜଣ ଏଲଓସି ନିକଟରେ ମୃତ୍ୟୁବରଣ କରିଛନ୍ତି। ନିହତ ୬୧ ଜଣଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ପାକିସ୍ତାନ ନାଗରିକ। ୨୦୨୩ରେ ୬୦ ଜଣ ଆତଙ୍କୀ ନିହତ ହୋଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking