13.1 C
Bhubaneswar
Saturday, January 17, 2026
Homeଓଡିଶାମହିଳା ହସ୍ତଶିଳ୍ପ କାରିଗରଙ୍କ ପାଇଁ ସାଧାରଣ ସୁବିଧାକେନ୍ଦ୍ର ଉଦଘାଟିତ

ମହିଳା ହସ୍ତଶିଳ୍ପ କାରିଗରଙ୍କ ପାଇଁ ସାଧାରଣ ସୁବିଧାକେନ୍ଦ୍ର ଉଦଘାଟିତ

ଯାଜପୁର : ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଠାରେ ଥିବା କାଇଁଚ ପୁଞ୍ଜର ମହିଳା ହସ୍ତଶିଳ୍ପ କାରିଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର(Common facility Centre )ଯାହାକି OMBADC ଆର୍ଥିକ ସହାୟତାରେ ନିର୍ମିତ ହୋଇଛି, ତାର ଶୁଭ ଉଦଘାଟନ ଓଡିଶା ର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କ କରକମଳରେ ହୋଇଯାଇଛି l ଏଠାରେ ଥିବା ଏକ ହଜାର ମହିଳା କାରିଗର ଏହି କେନ୍ଦ୍ର ଦ୍ୱାରା ଉପକୃତ ହେବେ l

ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ତାଲିମ ଗ୍ରହଣ କରି ବଜାର ଉପଯୋଗୀ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା, ଆବଶ୍ୟକ ଯନ୍ତ୍ରପାତି, ଉପକରଣ ସୁବିଧାକେନ୍ଦ୍ରରେ ଉପଲବ୍ଧ କରିବା, ବିକ୍ରିବଟା ପାଇଁ ବ୍ୟବସ୍ଥା କରି କାରିଗରଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ରେ ଯାଜପୁର ସାଂସଦ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭ୍ରେନ୍ଦୁ କୁମାର ସାମଲ, ଯୁଗ୍ମ ନିର୍ଦେଶକ, ହସ୍ତଶିଳ୍ପ ଶ୍ରୀ ଶିଶିର କୁମାର ରଥ, ସହକାରୀ ନିର୍ଦେଶକ ଶ୍ରୀ ମାନଗୋବିନ୍ଦ ଜେନା, ସହକାରୀ ହସ୍ତଶିଳ୍ପ ନିର୍ଦେଶକ, ଯାଜପୁର ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି, ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ବିଜୟକେତନ ଖୁଣ୍ଟିଆ ଉପସ୍ଥିତ ଥିଲେ।ଶ୍ରୀ କମଳ ଲୋଚନ ସାହୁ, ଶ୍ରୀ ଶୁଭ୍ରାଂଶୁ ସାମଲ, ଶ୍ରୀ ଲିଟନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଉତ୍ପାଦିକ ଗୋଷ୍ଠୀ ସଦସ୍ୟା, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking