ପୁରୀ : ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାଯ୍ୟ । ଇଂରାଜୀ ନବବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ ସହିତ ଶୃଙ୍ଖଳିତ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରାସନ ଏହି ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୩ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ୟ୍ୟ ଯଥାରିତିରେ ଚାଲିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ୩ ତାରିଖରୁ ପୁଣି ମରାମତି କାର୍ୟ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।