24.1 C
Bhubaneswar
Friday, March 7, 2025
Homeଓଡିଶାଦେଶରେ ଜିବିଏସ୍ ରୋଗ ଆତଙ୍କ; ଏସବୁ ଲକ୍ଷଣ ଦେଖାଗଲେ କରନ୍ତୁନି ହେଳା..

ଦେଶରେ ଜିବିଏସ୍ ରୋଗ ଆତଙ୍କ; ଏସବୁ ଲକ୍ଷଣ ଦେଖାଗଲେ କରନ୍ତୁନି ହେଳା..

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ଗୁଇଲେନ-ବାରେ ସିଣ୍ଡ୍ରୋମ (ଜିବିଏସ୍‌) । ଗତ କିଛି ଦିନ ହେଲା ଏହି ମାମଲା ଅଧିକ ନଜରକୁ ଆସୁଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ମାମଲା ଉପର ତୀକ୍ଷ୍ମ ନଜର ରଖିଛି । ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପୁଣେ ପରେ ଏବେ ସତାରାରେ ୪ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପୁରା ରାଜ୍ୟରେ ଜିବିଏସ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ ଛୁଇଁଛି । କେବଳ ମହାରାଷ୍ଟ୍ର ନୁହେଁ ବରଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଅଧିକାରୀ ମହେଶ ଖଲିପେଙ୍କ କହିବାନୁଯାୟୀ, ଏହି ଆକ୍ରାନ୍ତମାନଙ୍କ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଗୁଇଲେନ୍‌-ବାରେ ସିଣ୍ଡ୍ରୋମ (ଜିବିଏସ୍‌) କ’ଣ?
ଗୁଇଲେନ୍‌-ବାରେ ସିଣ୍ଡ୍ରୋମ ବା ଜିବିଏସ ହେଉଛି ଏକ ବିରଳ ଇଙ୍କଗ୍ଧକ୍ଟସଜ୍ଞଜ୍ଞଙ୍କଦ୍ଭର ୟସଗ୍ଦରବଗ୍ଦରଗ୍ଦ । ଯାହାର ସଠିକ କାରଣ ଏବେସୁଦ୍ଧା ଜଣାପଡିନାହିଁ । ସାଧାରଣତଃ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି ବନାଇଥାଏ ଯାହା ଶରୀରରେ ଜୀବାଣୁ ଓ ଭୂତାଣୁ ସହ ଲଢି ଆମକୁ ରୋଗ କବଳରୁ ରକ୍ଷା କରିଥାଏ କିନ୍ତୁ ବେଳେ ବେଳେ ଏହି ରୋଗ ପ୍ରତିରୋଧକ ଶକ୍ତି ନିଜ ଶରୀରକୁ ହିଁ ପ୍ରଭାବିତ କରିଥାଏ । ଯାହାକୁ ଇଙ୍କଗ୍ଧକ୍ଟସଜ୍ଞଜ୍ଞଙ୍କଦ୍ଭର ୟସଗ୍ଦରବଗ୍ଦରଗ୍ଦ କୁହାଯାଏ । ଜିବିଏସ ଏହିଭଳି ଏକ ବିରଳ ରୋଗ । ଏହି ରୋଗ ହେଲେ ରୋଗ ପ୍ରତିରୋଧକ ଶକ୍ତି ଭୁଲ ବଶତଃ ସ୍ନାୟୁ ଉପରେ ଆକ୍ରମଣ କରିଥାଏ, ଯାହାଦ୍ୱାରା ମାଂସପେଶୀରେ ଦୁର୍ବଳତା, ଅସ୍ଥିରତା ଏବଂ ଗୁରୁତର ଅବସ୍ଥାରେ ପକ୍ଷାଘାତ ମଧ୍ୟ ଦେଖାଯାଇଥାଏ ।

ଜିବିଏସ୍ ଲକ୍ଷଣ:
୧) ଗୁଇଲେନ୍‌-ବାରେ ସିଣ୍ଡ୍ରୋମର ଲକ୍ଷଣ ହେଉଛି
୨) ଶରୀରରେ ବଧିରା ଓ ଦୁର୍ବଳ ଅନୁଭବ କରିବା
୩) ମାଂସପେଶୀରେ ଦୁର୍ବଳ ଅନୁଭବ କରିବା
୪) ପାଦ ଓ ହାତ ଝିମଝିମ ହୋଇଯିବା
୫) ପାଦ ଓ ମାଂସପେଶୀରେ ଦୁର୍ବଳତା କାରଣରୁ ବ୍ୟକ୍ତି ସିଧା ଛିଡା ହୋଇପାରେନାହିଁ ଓ ଚାଲିବାରେ ମଧ୍ୟ ଅସୁବିଧା ହୋଇଥାଏ
ଡାଇରିଆ, ବାନ୍ତି ଓ ତଳପେଟରେ ଯନ୍ତ୍ରଣା
୬) କିଛି ଜଣଙ୍କ କ୍ଷେତ୍ରରେ ଜ୍ୱର ହେବା ମଧ୍ୟ ଦେଖିବାକୁ ମିଳିଛି

ଏହିସବୁ ଲକ୍ଷଣ ଗୁଡିକ ସାଧାରଣତଃ ସଂକ୍ରମଣ ଯୋଗୁ ହୋଇଥାଏ । କ୍ୟାମ୍ପିଲୋବ୍ୟାକ୍ଟର ବ୍ୟାକ୍ଟେରିଆ ଦ୍ୱାରା ଏହି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗ ସାଧାରଣତଃ ଦୂଷିତ ଖାଦ୍ୟ ଓ ଜଳ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ତେବେ ଜିବିଏସ୍ ସଂକ୍ରାମକ ନୁହେଁ ଏବଂ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking