24.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଗାଜା ସ୍କୁଲରେ ହମଲା : ୧୦୦ ମୃତ

ଗାଜା ସ୍କୁଲରେ ହମଲା : ୧୦୦ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ପକ୍ଷରୁ ଶନିବାର ଗାଜାର ଏକ ବିଦ୍ୟାଳୟରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଥିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରାଣ ହରାଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ନାଗରିକ ପ୍ରତିରକ୍ଷା ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଉକ୍ତ ସ୍କୁଲ ହମାସ ଆତଙ୍କବାଦୀ ଲୁଚି ରହିବା ସହିତ ତାହାକୁ ଆଡ୍ଡାସ୍ଥଳୀ କରିଥିବାରୁ ସେମାନଙ୍କୁ ନିପାତ କରିବା ଲାଗି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଗାଜାରେ ଶାସନ କରୁଥିବା ହମାସର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ବିସ୍ଥାପିତ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଆକ୍ରମଣ ପରେ ସେଠାରେ ନିଆଁ ଲାଗିଯାଇଛି। କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ମୃତଦେହ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ଏକ ଭୟଙ୍କର ଗଣହତ୍ୟା ବୋଲି ହମାସ ପକ୍ଷରୁ କୁହାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking