16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଫର୍ଟିଲାଇଜର ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ନିକଟସ୍ଥ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫର୍ଟିଲାଇଜର ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ନିକଟସ୍ଥ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କୋଟା: ରାଜସ୍ଥାନର କୋଟାରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ସୌଭାଗ୍ୟବଶତଃ ବିଶେଷ କିଛି କ୍ଷତି ହୋଇନାହିଁ। କୋଟା-ବାରାନ ରାଜପଥରେ ଥିବା ଗଡ଼େପାନ ସ୍ଥିତ ଚମ୍ବଲ ଫର୍ଟିଲାଇଜର୍ସ କେମିକାଲ (ସାର କାରଖାନା) ପ୍ଲାଣ୍ଟରେ ଦୁର୍ଭାଗ୍ୟବଶତଃ ଏକ ବିଷାକ୍ତ ଗ୍ୟାସ୍ ହଠାତ୍ ଲିକ୍ ହୋଇଯାଇଥିଲା। ଏହି ବିଷାକ୍ତ ଗ୍ୟାସ ଯେପରି ବାହାରକୁ ନଯାଏ ସେନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ବହୁଚେଷ୍ଟା କରିବା ସତ୍ତ୍ୱେ ନିକଟସ୍ଥ ଏକ ସ୍କୁଲର ଏକ ଡଜନରୁ ଅଧିକ ପିଲା ଏହି ଗ୍ୟାସ ପ୍ରଭାବରେ ଆସିଯାଇଥିଲେ। ଫଳରେ ସ୍କୁଲର ପ୍ରାୟ ୧୩ ପିଲା ଚେତାଶୂନ୍ୟ ହୋଇପଡ଼ିଥିଲେ।

ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ କୋଟା ଏମ୍‌ବିଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲରେ ହିଁ ଚିକିତ୍ସିତ ହେଉଛନ୍ତି। ଏହି ଗ୍ୟାସ୍ ବୟସ୍କଙ୍କୁ ପ୍ରଭାବିତ କରିନଥିଲେ ମଧ୍ୟ ଛୋଟପିଲାମାନେ ଏହାର ଶିକାର ହୋଇଥିଲେ। ପିଲାମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଦୁର୍ଘଟଣା ଖବର ପାଇବା ମାତ୍ରେ ଜିଲ୍ଲାପାଳ ରବୀନ୍ଦ୍ର ଗୋସ୍ୱାମୀ ଓ ଆରକ୍ଷୀ ଅଧୀକ୍ଷକ ସୁଜିତ ଶଙ୍କର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସମଗ୍ର ପରିସ୍ଥିତିର ସମୀକ୍ଷା କରିଥିଲେ। ପିଲାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking