24.1 C
Bhubaneswar
Friday, February 13, 2026
Homeଓଡିଶାପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼। ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ପ୍ରତି ମାସର ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦରରେ ପରିବର୍ତ୍ତନ ହୁଏ। ଅକ୍ଟୋବର ୧ ତାରିଖରେ ମଧ୍ୟ ଅଏଲ ମାର୍କେଟିଂ କମ୍ପାନୀ ଗ୍ୟାସ୍‌ ଦରରେ ପରିବର୍ତ୍ତନ କରିଛି। ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲା ଏଲପିଜି ସିଲିଣ୍ଡରର ଦାମ୍‌ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଛି।

ଇଣ୍ଡିଆନ୍ ଅଏଲ୍‌ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି। ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ। କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରା ଦାମ ବଢ଼ିବା ଯୋଗୁ ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବାରେ ଖାଇବା ମହଙ୍ଗା ହେବ। କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରଗୁଡିକ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୁଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking