30.1 C
Bhubaneswar
Friday, February 13, 2026
Homeଅପରାଧ୧୩୧୩ କେଜି ସବୁଜ ଜହର ଜବତ, ୪ ଗିରଫ

୧୩୧୩ କେଜି ସବୁଜ ଜହର ଜବତ, ୪ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଦୁଇଟି ପୃଥକ ମାମଲାରେ ମୋଟ ୧୩୧୩ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି । ଗୋଟିଏ ମାମଲା ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ମାମଲାଟି ଘଣ୍ଟପଡା ଥାନାରେ ପଞ୍ଜିକୃତ ହୋଇଛି ।

ମିଳିଥିବା ଖବର ଅନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ପୋଲିସ ଟିମ୍ ଅମ୍ବାଝରୀ ଗ୍ରାମ ପଞ୍ଚାୟତ ଅଧୀନ ବଣ୍ଡାବଳଦିଆ ଗାଁରେ ମିଥୁନ ହାତୀ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ନିଶା ଦ୍ରବ୍ୟ ରଖି ଚୋରା ଚାଲାଣ କରୁଥିବା ଖବର ପାଇ ଚଢ଼ାଉ କରିଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୫୬୦ କେଜି ଗଞ୍ଜେଇ ଓ ଏକ ମୋଟର ସାଇକେଲ ଜବତ କରାଯାଇଛି ।

ସହିପରି ଘଣ୍ଟପଡ଼ା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୭୪୯ କେଜି ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ,୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମହିନ୍ଦ୍ରା ବୋଲେରୋ ପିକ୍ ଅପ୍ ଗାଡ଼ି, ୫ଟି ମୋଟର ସାଇକେଲ ଜବତ କରିଛି। ଏହା ସହ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ଉଦୟ ଚନ୍ଦ୍ର ଭୋଇ, ଶ୍ରୀକାନ୍ତ ମୁଦୁଲି ଏବଂ ନୀଳକଣ୍ଠ ଭୋଇ। ଉଭୟ ଘଟଣାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking