27.1 C
Bhubaneswar
Saturday, December 6, 2025
Homeଓଡିଶାଶାସକ ଦଳ ପ୍ରୋତ୍ସାହନରେ ଗଂଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି: ବିଜେଡି

ଶାସକ ଦଳ ପ୍ରୋତ୍ସାହନରେ ଗଂଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି: ବିଜେଡି

ଭୁୁବନେଶ୍ୱର: ଗଂଜାମରେ ଲଗାତାର ଭାବେ ଅପରାଧ ଉପରମୁହାଁ ହୋଇଥିଲା ବେଳେ ଶାସକ ଦଳ ଏବଂ ମନ୍ତ୍ରୀଙ୍କ ପୁତୁରାଙ୍କ ଆତଙ୍କରାଜକୁ ଦୃଢ ନିନ୍ଦା କରିଛି ବିଜେଡି । ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ ଭାଇଙ୍କ ପୁଅ ଦୀପକ ଜେନା ସ୍ପଷ୍ଟ ଦିବାଲୋକରେ ଜଣେ ଓକିଲ ଓ ତାଙ୍କ ପରିବାର ଉପରେ ଯେଉଁଭଳି ନୃଶଂସ ଆକ୍ରମଣ କଲେ ତାହା ଅମାନବୀୟ । ଏହା ଜନସାଧାରଣଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ଜଣେ ମନ୍ତ୍ରୀଙ୍କ ପଦ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରିଛି । ଶ୍ରୀ ବକ୍ସିପାତ୍ର କହିଥିଲେ ଯେ, ଗତ ଜୁଲାଇ ୨୯ ତାରିଖ ଅପରାହ୍ନ ୪ଟା ବେଳେ ନିଜ ପୁଅର ମୁଣ୍ଡନ ସାରି ଭୈରବୀ ମନ୍ଦିରରୁ ସପରିବାର ଫେରିଲା ବେଳେ ଗୋଳନ୍ଥରା ଚଟି ଛକରେ ଆଡଭୋକେଟ ଟି.ଭାନୁମୂର୍ତ୍ତୀଙ୍କ ଗାଡି ଜଣେ ମୋଟରସାଇକେଲ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ଗ୍ରୋସରୀ ଦୋକାନ ସାମ୍ନାରେ ପଡିଥିବା ସିମେଣ୍ଟ କଂକି୍ରଟ ପ୍ଲେଟ ଉପରେ ଚଢିଯାଇଥିଲା ।

ଏଥିରେ ଉତ୍କ୍ଷିପ୍ତ ହୋଇ ଦୋକାନୀ ଜଣଙ୍କ ଟି.ଭାନୁମୂର୍ତ୍ତୀ ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ଟେଲିଫୋନ ଯୋଗେ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନାଙ୍କୁ ଡକାଇଥିଲେ । ତତ୍କ୍ଷଣାତ ଘଟଣାସ୍ଥଳରେ ମନ୍ତ୍ରୀଙ୍କ ପୁତୁରା ନିଜ ସହଯୋଗୀଙ୍କ ସହ ପହଞ୍ଚି ଟି.ଭାନୁମୂର୍ତ୍ତୀ ଓ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରୁ ମହିଳାମାନେ ମଧ୍ୟ ବାଦ ପଡିନଥିଲେ, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଅଛି । ପ୍ରାଣ ଭୟରେ ଓକିଲଙ୍କ ଭଣଜା ରାସ୍ତାରେ ଯାଉଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ବସରେ ଚଢି ପଳାଇଲା ବେଳେ ମନ୍ତ୍ରୀଙ୍କ ଘର ‘ବନେ୍ଦମାତରମ୍ ଭବନ’ ନିକଟରେ ବସ୍କୁ ଅଟକାଇ ଓକିଲ ଟି.ଭାନୁମୂର୍ତ୍ତୀଙ୍କ ଭଣଜାଙ୍କୁ ଗାଡି ଭିତରୁ ଘୋଷାଡି ଆଣି ମନ୍ତ୍ରୀଙ୍କ ପୁୁତୁରା ଓ ତାଙ୍କ ସହଯୋଗୀମାନେ ସ୍କୃଡ୍ରାଇଭରରେ ତାଙ୍କ ପେଟକୁ ବାରମ୍ବାର ଭୁଶିଥିଲେ । ଦୁର୍ଭାଗ୍ୟର କଥା ଘଟଣାସ୍ଥଳର ଅତି ନିକଟରେ ପୋଲିସ ଷ୍ଟେସନ ଥିଲେ ମଧ୍ୟ ଖବର ପାଇ ପୋଲିସ ପହଞ୍ଚିନଥିଲେ ।

ଗୁରୁତର ଅବସ୍ଥାରେ ଓକିଲଙ୍କ ଭଣଜା ଏମ୍କେସିଜିରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଓକିଲଙ୍କ ସ୍ତ୍ରୀ, ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରାଙ୍କ ସମେତ ୯ଜଣଙ୍କ ନାଁରେ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଜିଯାଏଁ ଗିରଫ ହୋଇନାହାନ୍ତି । ଓକିଲ ଟି.ଭାନୁମୂର୍ତ୍ତୀ ଲିଖିତ ଭାବେ ଏ ବିଷୟ ଗଂଜାମ ବାର୍ ଆସୋସିଏସନକୁ ଜଣାଇଲା ପରେ ବାର୍ ଆସୋସିଏସନ ପକ୍ଷରୁ କୌଣସି ଅଭିଯୁକ୍ତଙ୍କ ସପକ୍ଷରେ ନଲଢିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଓକିଲ ସମାଜର ପ୍ରତିକି୍ରୟା ଦେଖି ଉପରଠାଉରିଆ ଭାବେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ, ମନ୍ତ୍ରୀଙ୍କ ବଡ ଭାଇର ପୁଅ ଦୀପକ ଜେନା ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ।ସେହିପରି ଭାବେ ଡ. ମହାନ୍ତି କହିଥିଲେ, ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳାର ଦ୍ରୁତ ଅବନତି ଘଟିଛି ।

ବିଏମ୍ସିରେ ଅଫିସରଙ୍କୁ, ଚିଲିକା ଏବଂ ପିପିଲିରେ ସାମ୍ବାଦିକଙ୍କୁ ଓ ଗୋପାଳପୁରରେ ଓକିଲଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ରାଜ୍ୟରେ ଗୁଣ୍ଡାରାଜ ପ୍ରତିଷ୍ଠାର ଗୋଟିଏ ଗୋଟିଏ ନମୁନା । ଗଂଜାମ ଜିଲ୍ଲାରେ ଖଣି ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ବାଲି, ମୋରମ ଆଦି ଚୋରା ଚାଲାଣ ଲାଗି ସରକାରୀ ରାଜସ୍ୱ ଅଧା କମିଯାଇଥିବା ବେଳେ ମାଫିଆଙ୍କ ଦୈରାତ୍ମୀୟ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ବିଶେଷକରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଅପରାଧ ଉପରମୁହାଁ ହୋଇଛି । ନିକଟରେ ଉପବାଚସ୍ପତି ଚିଠି ଲେଖି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ଓ ଅପରାଧ ଅହେତୁକ ବୃଦ୍ଧି ଘଟିଛି ବୋଲି କହିବା ସହିତ ୟୁପି ମଡେଲକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ଓଡିଶାରେ ପ୍ରଚଳିତ ଆଇନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ବଡ ଭାଇଙ୍କ ପୁଅ ଦୀପକ ଜେନା ଗିରଫ ହେବେ ନା ରାଜ୍ୟ ବିଜେପି ସରକାର ୟୁପି ମଡେଲ ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଡ. ମହାନ୍ତି ପ୍ରଶ୍ନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking