28.1 C
Bhubaneswar
Tuesday, January 20, 2026
Homeଅପରାଧପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହେଲା ଗଞ୍ଜେଇ ବେପାରୀ

ପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହେଲା ଗଞ୍ଜେଇ ବେପାରୀ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନାରେ ଘଟିଛି ଅଭାବନୀୟ ଘଟଣା । ପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହେଲା ଗଞ୍ଜେଇ ବେପାରୀ । ପୁଲିସ୍‌ କବଜାରେ ପଡ଼ିଥିଲା ଗଞ୍ଜେଇ ବେପାରୀ । ଅଭିଯୁକ୍ତକୁ ବାନ୍ଧି ଥାନାକୁ ଆଣୁଥିଲା ପୁଲିସ୍। ମାତ୍ର ଥାନାରୁ ଦୁଇ ପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହୋଇ ଯାଇଛି ଗଞ୍ଜେଇ ବେପାରୀ । ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ବରିଗୁମ୍ଫା ଗ୍ରାମର ସନତ ଦିଗଲ ବୋଲି ଜଣାପଡିଛି ।ଗତ ରବିବାର ଜୟପିଛୁଳା ଛକ ନିକଟରେ ଗଞ୍ଜେଇ ଭର୍ତ୍ତି ଏକ କାର୍‌ ଏକ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଗଞ୍ଜେଇ ଭର୍ତ୍ତି କାର୍‌ ଛାଡି ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । କାର ଭିତରୁ ୧ କ୍ୱିଂଟାଲ ୨୦ କେଜି ଗଞ୍ଜେଇ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ।ଗଞ୍ଜେଇ ଚାଲାଣ କରୁଥିବା ଘଟଣାରେ ଖଜୁରୀପଡା ଥାନା ଅଞ୍ଚଳରୁ ସନତ ଦିଗଲଙ୍କୁ ଗତକାଲି ଗିରଫ କରିଥିଲା ବାରକୋଟ ଥାନା ପୁଲିସ୍‌। ସେଠାରୁ ପୁଲିସ୍‌ ତାଙ୍କୁ ଥାନାକୁ ଆଣିଥିବା ବେଳେ ସେ ସବଇନ୍ସପେକ୍ଟର ଆମୁନସେନ କିରୋ ଓ ଏଏସଆଇ ସନ୍ତୋଷ କୁମାର ନାୟକଙ୍କୁ ଧକ୍କା ମାରି ଫେରାର ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking