24.1 C
Bhubaneswar
Thursday, December 18, 2025
Homeଓଡିଶାଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ଲେଖକ ସାମୁଖ୍ୟ ଦ୍ୱାରl ସ୍ଵଭାବ କବିଗଙ୍ଗାଧର ମେହେରଙ୍କ ୧୬୩ ତମ ଜୟନ୍ତୀ ପଦ୍ମପୁର ସ୍ଥିତ କାବ୍ୟ କଳାସ ଭାଗୃରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଆୟୋଜିତ ସଭାରେ ସଂଗଠନର ସଭାପତି ଡ଼. ରାଜୀବ ଲୋଚନ ରାଉତ ସଭାପତିତ୍ୟ କରିଥିଲେ। ମୁଖ୍ୟ ଅଥତି ଭାବରେ ଟଲକାନୀ ମହାବିଦ୍ୟାଳୟ ର ଅଧକ୍ଷ ଡ. ଅକ୍ଷୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭବେର ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଦିବାକର ବସ୍ତିଆ, ଅନ୍ୟତମ ଅଥତି ଅଧ୍ୟାପକ କ୍ଷିତିଷ ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ମେହେର ସାହିତ୍ୟ ଉପେର ବିଷଦ ଆଲୋଚନା କରିଥିଲେ ।

ଅତିଥିମାନଙ୍କ ଦ୍ୱାରା ଗଙ୍ଗାଧରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ସଂସଦର ସମ୍ପାଦକ ଧୀରେନ୍ଦ୍ର ମିଶ୍ର ସମ୍ପାଦକୟ ବିବରଣୀ ପାଠ କରିଥିଲେ । ପ୍ରସନ୍ନ ବାରିକ, ପଦ୍ମାଳୟା ପୃଷ୍ଟି,ଶ୍ରେୟାନସି ମହାପାତ୍ର ପ୍ରଭୃତି ଦଶ ଜଣ କବି ଗଙ୍ଗାଧରଙ୍କ କବିତା ଆବୃତ୍ତି କରିଥିଲେ । ଗଙ୍ଗାଧରଙ୍କ ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିବା ଶିଶୁ କଳାକାର ପ୍ରୀୟାନସି ସାହୁ, ପୁଣ୍ୟାସୀ ଦିବ୍ୟା,ସିଦ୍ଧି ସମୃଦ୍ଧି ଲାହା ତଥା ପୂର୍ବାଂଶୁ ଦିବ୍ୟଦର୍ଶି ଙ୍କୁ ମାନପତ୍ର ଓ ପୁରୁଷ୍କାର ପ୍ରଦାନ କରାଯାଇ ଥିଲା। ପ୍ରିୟଙ୍କା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଆରମ୍ଭ ଓ ଶେଷରେ ରେକଡ଼ର ତାଳେ ତାଳେ ‘ତପସ୍ୱନୀ’ ଗାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking