ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀଙ୍କ ଗଣଦୁଷ୍କର୍ମ ମାମଲା । ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ବଢୁଛି ଆକ୍ରୋଶ । ଘଟଣା ପରେ କ୍ୟାମ୍ପସରେ ଛାତ୍ରଛାତ୍ରୀ ପ୍ରବଳ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି । ଘରୋଇ ମେଡିକାଲରେ ଧସାଇ ପଶିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ସହ ବିଜେପି, କଂଗ୍ରେସ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପଶ୍ଚିମବଙ୍ଗ ପୋଲିସ। ୩ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୋଲିସ ୧୦ ଦିନିଆ ରିମାଣ୍ଡରେ ନେଇଛି। ଅଟକ ରଖିଥିବା ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି।










