33.1 C
Bhubaneswar
Monday, February 23, 2026
Homeଓଡିଶାଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ନାବାଳକ ମୃତ

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ନାବାଳକ ମୃତ

ନବରଙ୍ଗପୁର: ନବରଙ୍ଗପୁର ସହରରେ ମା’ଙ୍କ ଭସାଣି ବେଳେ ଉତ୍ତେଜନା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ ମୃତ ଓ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ ନେଇ ଉତ୍ତେଜନା ହୋଇଥିଲା। ତେବେ ଉଗ୍ର ରୂପ ନେଇ ଗଣ୍ଡଗୋଳ ହୋଇଥିଲା। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଦୁଇ ନାବାଳକ ଦଣ୍ଡସି ସାହିର କିରଣ ଗଦବା ଓ ତେଜାବ ହରିଜନ ଗୁରୁତର ହୋଇପଡ଼ିଥିଲେ ଏବଂ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନାବାଳକ କିରଣ ଗଦବାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏଣେ ତେଜାବ ହରିଜନଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ୮ ରୁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking