ବ୍ୟୁରୋ : ବିଜେପିରେ ମିଶିଲେ ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ । ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି । ରୀନାଙ୍କ ସହ ୩୦ ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପଦ୍ମ ଧରିଛନ୍ତି । ବିଜେଡି ଛାଡିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ । ସେ ଅଭିଯୋଗ କରିଛନ୍ତି – ଦଳ ପରାଜିତ ହେବା ପରଠୁ ଆଉ ଲୋକଙ୍କ ସହ ରହୁନି । ଲୋକଙ୍କ ସହ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇଥିଲେ ବି ସେ କିଛି ଶୁଣୁ ନାହାନ୍ତି । ତେବେ ଏନେଇ ସୁଧୀର ସାମଲଙ୍କ ପ୍ରତିକ୍ରିୟା ମିଳିନାହିଁ । ସେପଟେ ରୀନାଙ୍କୁ ବିଜେପିରେ ମିଶାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି – ରୀନା ରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ । ଆଜି ସକାଳେ ରୀନାରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା ।