ନୂଆଦିଲ୍ଲୀ: ଏକ ଅନଲାଇନ ଗେମିଂ ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନ କୋଟା ଜିଲ୍ଲାର ଏକ ଦମ୍ପତି ହତାଶ ହୋଇ ଚରମ ପନ୍ଥା ଗ୍ରହଣ କରିଛନ୍ତି । ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । କୋଟାର ଖେଡା ରାମନୁର ଗାଁ ସ୍ଥିତ ନିଜ ଘରେ ଦୀପକ ରାଠୋଡ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ ରଶି ଲଗାଇ ଜୀବନ ହାରିଛନ୍ତି । ପୁଲିସର ସୂଚନା ମୁତାବକ, ମାନସିକ ଅବସାଦରେ ଥିବା ଦୀପକ ରବିବାର ବଜାରରୁ ଦଉଡି କିଣି ଆଣିଥିଲେ। ରାତିରେ ଖାଇ ସାରିବା ପରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରଦିନ ସକାଳୁ ଦୀପକଙ୍କ ପରିବାର ଲୋକେ ତାଙ୍କ ରୁମ କବାଟ ବାଡେଇବାରୁ ୫ ବର୍ଶର ଝିଅ ନିଦରୁ ଉଠି କବାଟ ଖୋଲିଥିଲା । ଏହା ପରେ ପରିବାର ଲୋକେ ପୁଅ , ବୋହୂଙ୍କୁ ରଶିରେ ଝୁବଲୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ କୌଣସି ସୁଇସାଇଡ ମିଳିନଥିଲେ ବି ପରିବାରଲୋକଙ୍କ କହିବା ଅନୁସାରେ, ଦୀପକ ପ୍ରାୟ ସମୟ ତାଙ୍କ ମୋବାଇଲରେ ଅନଲାଇନ ଗେମ ଖେଳି ଟଙ୍କା ଲଗାଉଥିଲେ । ନିକଟରେ ସେ ଏକ ଅନଲାଇନ ଗେମିଂ ଆପରେ ପାଖାପାଖି ୫ଲକ୍ଷ ଟଙ୍କା କ୍ଷତି ସହିଥିଲେ । ତେଣୁ ପରିବାର ଲୋକେ କହିଛନ୍ତି ଅନଲାଇନ ଗେମ ପାଇଁ ଉଭୟେ ଜୀବନ ହାରିଥାଇପାରନ୍ତି ।









