32.1 C
Bhubaneswar
Thursday, February 12, 2026
Homeଓଡିଶାଶ୍ରୀମନ୍ଦିରରେ ଗଜପତି ମହାରାଜା

ଶ୍ରୀମନ୍ଦିରରେ ଗଜପତି ମହାରାଜା

ପୁରୀ : ଶ୍ରୀମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀନଅରରୁ ବାହାରି ଶ୍ରୀମନ୍ଦିର ଗଲେ ଗଜପତି ମହାରାଜା । ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କଲେ ଗଜପତି ମହାରାଜା । ଭିତର ରତ୍ନଭଣ୍ଡାରରୁ ରତ୍ନ ସ୍ଥାନାନ୍ତର ବେଳେ ଉପସ୍ଥିତ ରହିବେ । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକଙ୍କ ଉପସ୍ଥିତିରେ ହେବ ଅଳଙ୍କାର ସ୍ଥାନାନ୍ତର । ସୂଚନା ଯୋଗ୍ୟ ଯେ, ରତ୍ନ ଭଣ୍ଡାର ଭିତର ଖୋଲାଯିବା ଏବଂ କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ଓଡ୍ରାଫ୍ ଟିମ, ସ୍ନେକ ହେଲପଲାଇନ ଟିମ, ଅଗ୍ନିଶମ ବାହିନୀ ଭିତରକୁ ଯାଇଛନ୍ତି। କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ସଜାଗ ରହିଛନ୍ତି। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ୧୧ଜଣିଆ ଅଧିକୃତ କମିଟି ଭିତରକୁ ପରିବେଶ କରିଛନ୍ତି। ତେବେ ପ୍ରବେଶ କରିଥିବା ସମସ୍ତ ଅଧିକାରୀମାନେ କେବଳ  ଜିନିଷ ପତ୍ରଗୁଡିକୁ ଦେଖିପାରିବେ। ଏହାପରେ ଅଳଙ୍କାର ଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking