ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଗରେ ନିଜର ଅଭିଭାଷଣରେ କଂଗ୍ରେସକୁ ନିଶାନା କରିବା ସହିତ ରାହୁଲଙ୍କ ଗଦ୍ଦାର ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି । କେତେ ଲୋକ କଂଗ୍ରେସ ଛାଡି ବିଜେପିକୁ ଆସିଛନ୍ତି । ହେଲେ ତାଙ୍କୁ କାହିଁକି ରାହୁଲ ଗଦ୍ଦାର ବୋଲି କହିଲେ । କାରଣ ତାଙ୍କର ଶିଖ ସଂପ୍ରଦାୟ ପ୍ରତି ଥିବା ଘୃଣା ଭାବ ଜଣାଇଲେ । ଏହା କଂଗ୍ରେସର ଶିଖ ସମ୍ପ୍ରଦାୟ ପ୍ରତି ମନୋଭାବ । ଏହି ଲୋକ କଂଗ୍ରେସର ନେତୃତ୍ୱ ନେଲେ ଦଳକୁ ବୁଡାଇବେନି ତ ଆଉ କଣ । ଅନ୍ୟପଟେ ଟିଏମସି ସାଂସଦଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦୀ । ଅନୁପ୍ରବେଶକାରୀଙ୍କ ପାଇଁ ଓକିଲାତି କରୁଛନ୍ତି କହିଲେ । ଯୁବପିଢିଙ୍କ ଅଧିକାର ଛଡାଉଛନ୍ତି ଅନୁପ୍ରବେଶକାରୀ ।










