24.1 C
Bhubaneswar
Sunday, December 7, 2025
Homeଖେଳଗାବି ଲୁଇସ୍ ଆୟର୍ଲାଣ୍ଡ ମହିଳା ଟିମ୍ କ୍ୟାପ୍‌ଟେନ୍

ଗାବି ଲୁଇସ୍ ଆୟର୍ଲାଣ୍ଡ ମହିଳା ଟିମ୍ କ୍ୟାପ୍‌ଟେନ୍

ଡବ୍‌ଲିନ୍‌: ଭେଟେରାନ୍ ଲୌରା ଡେଲାନୀଙ୍କ ସ୍ଥାନରେ ଗାବି ଲୁଇସ୍‌ଙ୍କୁ ଆୟର୍ଲାଣ୍ଡ ମହିଳା କ୍ରିକେଟ୍ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି । ଦେଶର କ୍ରିକେଟ୍ ବୋର୍ଡ ମଙ୍ଗଳବାର ଏହା ସ୍ପଷ୍ଟ କରିଛି । ୨୦୧୪ରେ ମାତ୍ର ୧୩ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ୨୩ ବର୍ଷୀୟା ଲୁଇସ୍ ଆୟର୍ଲାଣ୍ଡର ପଞ୍ଚମ ସବୁଠୁ ସଫଳ ଅନ୍ତର୍ଜାତୀୟ ଖେଳାଳି ।

ସେ ମଧ୍ୟ ଆୟର୍ଲାଣ୍ଡର ସର୍ବାଧିକ ରନ୍ ସଂଗ୍ରହକାରୀ ମହିଳା ଖେଳାଳି । ତାଙ୍କ ନାମରେ ସମସ୍ତ ଫର୍ମାଟ୍‌ରେ ୨୮.୯୫ ହାରରେ ମୋଟ ୩୭୪୨ ରନ୍ ରହିଛି । ଲୁଇସ୍ ପୂର୍ବରୁ ୧୨ ଥର ଆୟର୍ଲାଣ୍ଡର ନେତୃତ୍ୱ ମଧ୍ୟ ନେଇଛନ୍ତି । ଡେଲାନୀଙ୍କ ଅନୁପସ୍ଥିତିରେ ଗତ ମାସରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ସେ ଟିମ୍ ନେତୃତ୍ୱ ନେଇଥିଲେ । ନଭେମ୍ବର ଏବଂ ଜାନୁଆରୀରେ ଯଥାକ୍ରମେ ବାଂଲାଦେଶ ଓ ଭାରତ ଗସ୍ତ ପୂର୍ବରୁ ସେ ପଦଭାର ଗ୍ରହଣ କରିବେ । ଓର୍ଲା ପ୍ରେଣ୍ଡରଗାଷ୍ଟ୍‌ଙ୍କୁ ଆୟର୍ଲାଣ୍ଡ ଟିମ୍‌ର ଭାଇସ୍ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking