16.1 C
Bhubaneswar
Monday, January 12, 2026
Homeଓଡିଶାମୃତ୍ୟୁର ୩ ଦିନ ପରେ ବି ହୋଇପାରୁନି ଅନ୍ତିମ ସଂସ୍କାର

ମୃତ୍ୟୁର ୩ ଦିନ ପରେ ବି ହୋଇପାରୁନି ଅନ୍ତିମ ସଂସ୍କାର

ବାଲେଶ୍ୱର: ପୁଣି ଶବକୁ ଅପମାନ । ମୃତ୍ୟୁ ପରେ ବି ହୋଇପାରୁନି ଅନ୍ତିମ ସଂସ୍କାର । ୩ ଦିନ ହେଲାଣି ପଡିରହିଛି ମୃତଦେହ । ବାଧକ ସାଜିଛି ଧର୍ମାନ୍ତୀକରଣ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଠିଆ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଛୁଟା ହାଁସଦାଙ୍କର ଗତ ବୁଧବାର ଦିନ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହଇଥିଲା । ସେ ପାରମ୍ପରିକ ଆଦିବାସୀ ସଂପ୍ରଦାୟର ହୋଇ ମଧ୍ୟ ୧୫ ବର୍ଷରୁ ଅଧିକ ବର୍ଷ ହେବ ନିଜର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ଆଦିବାସୀ ପରମ୍ପରାର ବିଧି ବିଧାନ କ୍ଷୁର୍ଣ୍ଣ ହେବାରୁ ଗ୍ରାମବାସୀ ମାନେ ଗାଁ ମଶାଣିରେ ଶବ ସତ୍କାର କରିବାକୁ ବାରଣ କରିଛନ୍ତି । ଫଳରେ ୩ ଦିନ ଧରି ମୃତଦେହ ଘରେ ପଡି ରହିଛି । ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ଟଣା ଓଟରା ଯୋଗୁଁ ପଡି ରହିଛି ମୃତଦେହ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking